ଓଡିଶା ପ୍ରତି ମୋର ପ୍ରତିବଦ୍ଧତା ରହିଛି ନବୀନ

My foremost concern is for Odisha Naveen

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଣେ ଅନ୍ତର୍ମୁଖୀ ବ୍ୟକ୍ତିତ୍ବ। କିନ୍ତୁ ସେ ଯେତେବେଳେ କିଛି କହିବାକୁ ଆରମ୍ଭ କରନ୍ତି, ସେତେବେଳେ ସମସ୍ତେ ତାଙ୍କ କଥାପ୍ରତି ଗୁରୁତ୍ବ ପ୍ରଦାନ କରିଥାଆନ୍ତି। ଓଡିଶା ଲିଟିରାରି ଫେଷ୍ଟିଭାଲ ୨୦୧୬ ର ଉଦ୍ ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଦି ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସର ସମ୍ପାଦକୀୟ ନିର୍ଦ୍ଦେଶକ ଶ୍ରୀ ପ୍ରଭୁ ଚାୱଲା ଙ୍କ ସହ ଖୋଲା ଆଲୋଚନା କରିଥିଲେ। ଏହି ମତବିନିମୟ କାଳରେ ମେଣ୍ଟ ରାଜନୀତି ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଗାଡି ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ମୁଖ୍ୟମନ୍ତ୍ରୀ ତାଙ୍କ ମତ ପ୍ରଦାନ କରିଥିଲେ। ତାଙ୍କର ସାକ୍ଷାତକାର ନିମ୍ନରେ ପ୍ରଦତ୍ତ କରାଗଲା।

ଶ୍ରୀ ପ୍ରଭୁ ଚାୱଲା ଙ୍କ ପ୍ରଶ୍ନ- ଆପଣଙ୍କ ପାର୍ଟିର ଜଣେ ବରିଷ୍ଠ ସଦସ୍ୟ କଂଗ୍ରେସ ସହିତ ମେଣ୍ଟ ହେବା ସମ୍ପର୍କରେ ସଙ୍କେତ ପ୍ରଦାନ କରିଥିଲେ । ଏହା ବୋଧେ ବିଜେପିର ସ୍ଥିତି ସୁଦୃଢ ହେବା କାରଣ ଏବଂ ବିଜେପି ବିରୋଧି ମେଣ୍ଟ ଗଠନ କଥା ଆପଣା ଚାହୁଁଥିବା କାରଣରୁ କି?

 ଶ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତର :-ଆପଣ ଯେଉଁ ଭଦ୍ରବ୍ୟକ୍ତିଙ୍କ ସମ୍ପର୍କରେ ଅବତାରଣା କରିଛନ୍ତି, ତାଙ୍କ କଥାକୁ ତ୍ରୃଟିପୂର୍ଣ୍ଣ ଭାବେ ଉଦ୍ଧୃତ କରାଯାଇଛି। ସେ ସମ୍ପର୍କରେ ମୁଁ ସ୍ପଷ୍ଟ କରିଦେଇଛି ଯେ, କଂଗ୍ରେସ ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନାହିଁ। ପ୍ରକୃତ ଘଟଣା ହେଉଛି ଯେ ବିଜେଡିର ନୀତି,  ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷାକରିବା। ନିର୍ବଚନ ଆଉ ଦୁଇ ବର୍ଷରୁ କିଛି ଅଧିକ ସମୟ ରହିଛି।  ଓଡିଶା ବିଧାନ ସଭାରେ ୧୪୭ ଟି ଆସନରୁ ୧୧୬ଟି ଆସନ ବିଜେଡି କୁ ମିଳିଥିବା ବେଳେ କଂଗ୍ରେସ ହାତରେ ୧୬ ଟି ଏବଂ ବିଜେପି ହାତରେ ୧୦ ଟି ଆସନ ରହିଛି। ସେହିପରି ଲୋକସଭାରେଥିବା ମୋଟ ୨୧ ଟି ଆସନ ମଧ୍ୟରୁ ବିଜେଡିକୁ ମିଳିଛି ୨୦ ଟି ଏବଂ ଗୋଟିଏ ଆସନ ବିଜେପିକୁ ମିଳିଛି। ତେଣୁ ଏହିସବୁ ପାର୍ଟିର ସ୍ଥିତି ବୃଦ୍ଧି ହେବାର ଧାରା ଦେଖିବାକୁ ମିଳୁନାହିଁ।

ସୌଜନ୍ୟ ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ

Other News