ମେଦାନ୍ତ ଗୋଷ୍ଠୀ, ଓଡିଶାରେ ପ୍ରତିଷ୍ଠା କରିବ ମଲ୍ଟି ସୁପର ସ୍ପେସାଲିଟି ପ୍ରତିଷ୍ଠାନ

Medanta Group to establish multi-super speciality institute in Odisha

ଦେଶରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ପ୍ରଦାନ କରୁଥିବା ମେଦାନ୍ତ ଗୋଷ୍ଠୀ ଭୁବନେଶ୍ବରରେ ପ୍ରତିଷ୍ଠା କରିବ ମଲ୍ଟି ସୁପର ସ୍ପେଶାଲିଟି ପ୍ରତିଷ୍ଠାନ।  ସମସ୍ତ କାର୍ଯ୍ୟ ଯଦି ନିର୍ଦ୍ଧାରୀତ ସମୟରେ ସମାପନ ହୁଏ, ତେବେ ଆସନ୍ତା ୩ ବର୍ଷ ମଧ୍ୟରେ ‍ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହୋଇଯିବ ବୋଲି ସଂସ୍ଥାପକ୍ଷରୁ ସୂଚନା ଦିଆଯାଇଛି। ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ମେଦାନ୍ତ ଗୋଷ୍ଠୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ନରେଶ୍ ତ୍ରେହାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମେଦାନ୍ତ ସୁପର ସ୍ପେସାଲିଟି ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ପାଇଁ ସବୁଜ ସଂକେତ ପ୍ରଦାନ କରିଛନ୍ତି। ଖୁବ୍ ଶିଘ୍ର ମେଦାନ୍ତର ଏକ ମଡେଲ ମୁଖ୍ୟମନ୍ତ୍ରୀଙ୍କ ଅବଗତ ପାଇଁ ପଠାଯିବ। ୭୦୦ ରୁ ୧୦୦୦ ଶଯ୍ୟା ବିଶିଷ୍ଟ  ହସ୍ପିଟାଲ ସହ  ମେଡିକାଲ କଲେଜ ପ୍ରତିଷ୍ଠା କରିବାପାଇଁ ମେଦାନ୍ତ ପକ୍ଷରୁ ୭୫୦ ରୁ ୧୦୦୦ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ୩୫୦ କୋଟି ଯନ୍ତ୍ରପାତି ପାଇଁ ବିନିଯୋଗ କରାଯିବ ବୋଲି ଡ. ତ୍ରେହାନ କହିଛନ୍ତି।

Other News