Published : ଓଡ଼ିଶା ସନ୍ ଟାଇମ୍ସ
/27-Feb-2019
ରାୟଗଡା ଜିଲ୍ଳା ଗସ୍ତକରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୨୫୦ କୋଟି ଟଙ୍କାର ଅନେକ ଗୁଡିଏ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଗସ୍ତ କାଳରେ ସେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୬୭୨୯ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଭାବ ବିନିମୟ କରି ସେମାନଙ୍କୁ ୧୦ କୋଟି ଟଙ୍କାର ସିଡ୍ ମନି ପ୍ରଦାନ କରିଥିଲେ। ସେହିପରି ୬୭୩୫ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୨.୨୦ କୋଟି ଟଙ୍କା ଡିଜିଟାଲ ସଶକ୍ତି କରଣ ପାଇଁ ଏବଂ ୧୧ ଟି ବ୍ଲକ ସ୍ତରୀୟ ଫେଡେରେସନକୁ ୨.୭୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି।