Published : ଟାଇମ୍ସ ଅଫ ଇଣ୍ଡିଆ
/07-Jun-2017
ମହାନଦୀ ସମସ୍ୟା , ଏକ ଆନ୍ତଃରାଜ୍ୟ ପ୍ରସଙ୍ଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏକ ପତ୍ରଲୋଖି , ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତିଯେ, ଛତିଶଗଡ ସରକାର ମହାନଦୀରେ ଅନେକ ଗୁଡିଏ ବ୍ୟାରେଜ ନିର୍ମାଣକରି ପ୍ରବାହୀତ ହୋଉଥିବା ଜଳକୁ ଅଟକାଇ ଦେବା ଫଳରେ ଓଡିଶାରେ ଜଳ ସଂକଟ ତୀବ୍ରତ୍ତର ହୋଇଛି। ସେହିଭଳି ଏହି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବା ସହିତ ସମାଧାନ ପାଇଁ ଏକ ଟ୍ରାଇବ୍ୟୁନାଲ ଗଠନ କରିବା ପ୍ରସଙ୍ଗକୁ ପୂର୍ଣ୍ଣବାର ସେ ଦୋହରାଇଛନ୍ତି।