କେନ୍ଦ୍ର ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦାବୀ, ୪ ଟି ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ର ପାଇଁ ଅନୁଦାନ ପ୍ରଦାନ କର

Chief Minister urges Union Health Minister to set up 4 Regional cancer centres in Odisha

 Published : ଓଟିଭି

/  

15-Mar-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀଠାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ ପି ନାଡ୍ଡା ଙ୍କୁ  ସାକ୍ଷାତ କରି ଭୁବନେଶ୍ବର, ‍ବୁର୍ଲ୍ଲା , ବ୍ରହ୍ମପୁର ଓ କଳାହାଣ୍ଡି ଠାରେ ୪ ଟି କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି। ସଂସଦ ଭବନଠାରେ  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲାବେଳେ ଦର୍ଶାଇଛନ୍ତି ଯେ, ବାରିପଦା ଓ କୋରାପୁଟ, ଦୁଇଟି ମେଡିକାଲ କଲେଜରେ ୨୦୧୭-୧୮ ଶିକ୍ଷା ବର୍ଷରୁ ଶିକ୍ଷାଦାନ ଆରମ୍ଭ ହେବ ତେଣୁ ସେହି ଦୁଇଟି ମେଡିକାଲ କଲେଜ ପାଇଁ ଅନୁମତି ପତ୍ର ପ୍ରଦାନ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଏତଦ୍ ବ୍ୟତୀତ ବାରିପଦା, କୋରାପୁଟ, ବାଲେଶ୍ବର , ବଲାଙ୍ଗୀର  ଓ ପୁରୀ ମେଡିକାଲଜ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ରୀୟ ଅଂଶ ବାବଦକୁ ଥିବା ୩୯୭ କୋଟି ଟଙ୍କା ପ୍ରଦାନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Other News