Published : ଦି ଟେଲିଗ୍ରାଫ
/27-Mar-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ନବ ନିର୍ମିତ ଅନେକ ଗୁଡିଏ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟର ନବନିର୍ମିତ ମହିଳା ହଷ୍ଟେଲକୁ ବିଶିଷ୍ଟ ମହିଳାଚାଷୀ କମଳା ପୂଜାରୀ ଙ୍କ ନାମରେ ନାମିତ କରିବା ସହିତ ଏହାର ଶୁଭ ଉଦ୍ଘାଟନ କରିଥିଲେ। ବିଭିନ୍ନ କିଷମର ବହୁ ପୁରୁଣା ସ୍ବଦେଶୀ ଧାନ ବିହନ ସଂରକ୍ଷଣ କରିବାରେ କୋରାପୁଟର ୬୭ ବର୍ଷିୟ ମହିଳା ଚାଷୀ କମଳା ପୂଜାରୀଙ୍କ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ସମ୍ମାନୀତ କରିଥିଲେ ଓ କମଳାଙ୍କ କାର୍ଯ୍ୟଧାରା ଆଗାମୀ ପିଢୀ ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ।