ମୁଖ୍ୟମନ୍ତ୍ରୀ ସୁନ୍ଦରଗଡରେ ୨ ଟି ସରକାରୀ ଅାଇଟିଆଇର ଭିତ୍ତିପ୍ରସ୍ତର ସ୍ଥାପନ କଲେ

CM lays foundation stone for 2 Govt ITIs in Sundergarh

 Published : ଓଟିଭି

/  

22-Oct-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଗସ୍ତରେ ଯାଇ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ କୁତ୍ରା ଓ କୋଇଡା ପାଇଁ ଦୁଇଟି ସରକାରୀ ଆଇଟିଆଇ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କୁତ୍ରାରେ ଏକ ଷ୍ଟାଡିୟମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଡକ୍ଟର ଭୀମରାଓ ରାମୋଜୀ ଆମ୍ବେଦକରଙ୍କ ପ୍ରତିମୂତ୍ତି  ଏବଂ ରାଉରକେଲାରେ ଏକ ଇ-ଲାଇବ୍ରେରୀର ଉଦଘାଟନ କରିଥିଲେ। ଅନେକ ଗୁଡିଏ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ରାଉରକେଲା ଆସି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।  କୁତ୍ରାରେ କ୍ୟାଥୋଲିକ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲାବେଳେ, ରାଉରକେଲାରେ ମୁସଲମାନ, ଶିଖ୍ ଓ ଜୈନ ସମ୍ପ୍ରଦାୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ।

Other News