Published : ଓଡିଶା ନିୟୁଜ ୩୬୦
/29-Nov-2016
ମହିଳା ମାନଙ୍କ ସମାଜିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ମହିଳାଙ୍କ ଆୟ ଦ୍ବିଗୁଣିତ କରିବାକୁ ଲକ୍ଷ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାଜଧାନୀ ପ୍ରଦର୍ଶନୀ ପଡିଆରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜୁ ଜନ୍ମ ଶତବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ମହିଳା ସମାବେଶରେ ଉଦବୋଧନଦେଇ ମୁଖ୍ୟମନ୍ତୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମହିଳା ମାନଙ୍କ ବିକାଶର ଧାରାର ଶୁଭାରମ୍ଭ କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ମହିଳା ମାନଙ୍କ ଉତଥାନ୍ ଓ ସଶକ୍ତିକରଣ କ୍ଷେତ୍ରରେ ଓଡିଶାକୁ ସେ ଦେଶରେ ଶୀର୍ଷସ୍ଥାନକୁ ନେଇପାରିଥିଲେ। ମହିଳା ସଶକ୍ତିକରଣ କ୍ଷେତ୍ରରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏକ ପ୍ରତିଶତ ସୁଧରେ ଋଣ ପ୍ରଦାନ କ୍ଷେତ୍ରରେ ଓଡିଶା ଦେଶରେ ଅଗ୍ରଣୀ ଭୁମିକା ଗ୍ରହଣ କରିଛି । ମହିଳାମାନଙ୍କ ବିକାଶ ଲକ୍ଷ୍ୟରଖି ମିଶନଶକ୍ତି ଭଳି ଅନେକ ଯୋଜନା ପ୍ରଚଳନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।