Published : ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ
/15-Aug-2019
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୫ ଟି ଭିତ୍ତିରେ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ଫୋନ୍ କରି ସୁବିଧା ଅସୁବିଧା ବୁଝିବେ। ପ୍ରଥମ ପର୍ଯ୍ୟାୟରେ ସବୁ ଥାନା ଓ ଜିଲ୍ଲା ସଦର ମହକୁମା ଏବଂ ହସ୍ପିଟାଲରେ ଏହା କାର୍ଯ୍ୟକାରୀ ହେବ । ୭୩ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ଉଦବୋଧନ ଦେଇ ଏହା କହିଛନ୍ତି ।