ଫସଲ ବୀମା ବକେୟା ଅର୍ଥ ପ୍ରଦାନ ପାଇଁ କେନ୍ଦ୍ର ନିକଟରେ ଦାବୀ କଲେ ମୁଖ୍ୟମନ୍ତ୍ରୀ

Odisha CM seeks crop cover claims from Centre

ରାଜ୍ୟର କୃଷିବୀମା ଅଶଂ ଅର୍ଥ ବାବଦକୁ କେନ୍ଦ୍ର ସରକାରଙ୍କ ଉପରେ ବକେୟାଥିବା ୭୯୫.୩୧ କୋଟି  ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ‍କେନ୍ଦ୍ରୀୟ ଅଂଶ ଅର୍ଥ ମିଳିବା ପରେ ୨୦୧୫ ମସିହାରେ କୃଷି ବୀମା କରିଥିବା ଚାଷୀ ମାନଙ୍କର ବକେୟା ବୀମା ଅର୍ଥ ପ୍ରଦାନ କରାଯିବ। କୃଷି ବୀମା ନିଗମ ସଂସ୍ଥା, ଜାତୀୟ କୃଷି ବୀମା ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଓଡିଶା ପାଇଁ  ଏହି ସଂସ୍ଥା ୧୭୭୬.୩୪ କୋଟି ଟଙ୍କାର ବୀମା ଦେୟ  ୫ ଅକ୍ଟୋବର ୨୦୧୬ ରୁ ମଞୁର କରିସାରିଛନ୍ତି। ରାଜ୍ୟ ସରକାର ତାଙ୍କର ଅଂଶ ବାବଦକୁ ୭୯୫.୩୧ କୋଟି ଟଙ୍କା ମଞୁର କରିସାରିଥିବା ବେଳେ କେନ୍ଦ୍ରୀୟ ଅଂଶ ଅର୍ଥ ମିଳିବାପରେ ଚାଷୀ ମାନଙ୍କୁ ତାଙ୍କର ଦେୟ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବକେୟା ଅର୍ଥ ପ୍ରଦାନ କରିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମେହନ ସିଂହଙ୍କୁ ପତ୍ର ଲେଖିଛନ୍ତି। 

Other News