ଏନ ଡି ଏ ସରକାରଙ୍କ ଓଡିଶାକୁ ଅବଦାନ ଦାବୀ ଉପରେ ବିଜେଡିର ପାଲଟା ଅଭିଯୋଗ

BJD slammed on NDA government over contribution towards Odisha

 Published : ଟାଇମ୍ସ ଅଫ ଇଣ୍ଡିଆ

/  

08-Jun-2018  

ଓଡ଼ିଶାର ବିକାଶ ଉପରେ ଗୁରୁତ୍ବ ଦେଇ ଏନ ଡି ଏ ସରକାର ୨.୮୬ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦେଇଛି ବୋଲି କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନ ଯେଉଁ ଦାବୀ କରିଛନ୍ତି, ବିଜେଡି ପ୍ରବକ୍ତା ଶ୍ରୀ ପ୍ରତାପ ଦେବ ତାର କଡା ସମାଲୋଚନା କରିଛନ୍ତି। ଶ୍ରୀ ଦେବ କେନ୍ଦ୍ର ମନ୍ତ୍ରୀଙ୍କୁ ୫ ଟି ପ୍ରସଙ୍କରେ ପଶ୍ନ କରି ତାର ଉତ୍ତର ରଖିବା ପାଇଁ କହିଛନ୍ତି । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କେବେ, ଧାନର କ୍ୟୁଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି, ଓଡ଼ିଶା ଦେଇ ଶିଳ୍ପ କରିଡର ନିର୍ମାଣ, ମହାନଦୀ ଉପରେ ନିର୍ମାଣ ବନ୍ଦ କରିବାକୁ ଛତିଶଗଡ ସରକାରଙ୍କୁ ନିର୍ଦ୍ଦେଶ ଦେବା ଏବଂ ତୈଳଦର ହ୍ରାସ କେବେ ତାହା ସ୍ପଷ୍ଟ କରିବାକୁ ବିଜେଡି ଦାବୀ କରିଛି।

Other News