ମଧୁର ପାଣି ମାଛଚାଷ ବୃଦ୍ଧିପାଇଁ ଶୁଭାରମ୍ଭ ହେଲା ମାଛ ପୋଖରୀ ଯୋଜନା

Odisha launched Fish Pond Yojana to boost fresh water aquaculture

 Published : ଓଟିଭି

/  

27-Nov-2017  

ମଧୁର ପାଣି ମାଛଚାଷକୁ ଅତିରିକ୍ତ ୨୨୦୦ ହେକ୍ଟରକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର “ମାଛ ପୋଖରୀ ଯୋଜନା” ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟ ସରକାର ମାଛଚାଷୀ ମାନଙ୍କୁ ୫୦ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରିବେ। ବଜେଟରେ ଏଥି ପାଇଁ ୯୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଗୋପାଳନ ଓ ଆନୁସଙ୍ଗିକ ଚାଷରେ ଚାଷୀର ଆୟ ଦ୍ବୀଗୁଣିତ ଶିର୍ଷକ ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ।

Other News