Published : ଓଡିଶା ସନ୍ ଟାଇମ୍ସ
/13-Oct-2017
ବ୍ଲଡ ଟ୍ରାନ୍ସଫିୟୁଜନ ପାଇଁ ଡାକ୍ତରଖାନାକୁ ଆସୁଥିବା ରକ୍ତରେଗୀଙ୍କୁ ଏଣିକି ରାଜ୍ୟ ସରକାର ମାସିକ ୫୦୦ ଟଙ୍କା ଯାତାୟତ ଖର୍ଚ୍ଚ ବାବଦରେ ପ୍ରଦାନ କରିବେ ବୋଲି ସ୍ବେଚ୍ଛାକୃତ ରକ୍ତଦାନ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟସ୍ତରୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଘୋଷଣା କରିଥିଲେ।