ମେକ୍ ଇନ୍ ଓଡିଶା ସମ୍ମିଳନୀ ପୂର୍ବରୁ ୮ ଟି ନୀତିକୁ କ୍ୟାବିନେଟର ମଞ୍ଜୁରୀ

8 policies approved ahead of Make in Odisha conclave

 Published : ଦି ଷ୍ଟେଟସମ୍ୟାନ

/  

23-Nov-2016  

ଆଗକୁ ମେକ୍ ଇନ୍ ଓଡିଶା ସମ୍ମିଳନୀ ଥିବାବେଳେ, ରାଜ୍ୟପାଇଁ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବାର ଲକ୍ଷରଖି ଓଡିଶା ସରକାର ୮ ଟି ନୂତନ ନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପର୍ଯ୍ୟଟନ, ଏମ ଏସ ଏମ୍ ଇ, ଖାଦ୍ୟ ପ୍ରକୀୟାକରଣ, ପାରମ୍ପାରିକଶକ୍ତି, ହସ୍ତତନ୍ତ ,ପୋଷାକ ପତ୍ର, ଔଷଧ ପ୍ରସ୍ତୁତ ଓ ବାୟୋଟେକ୍ନେଲୋଜି  ଭଳି ୮ ଟି କ୍ଷେତ୍ରରେ ପ୍ରସ୍ତୁତ ନୂତନ ନୀତିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ମେକ୍ ଇନ୍ ଓଡିଶା ସମ୍ମିଳନୀ ନଭେମ୍ବର ୩୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ନୂତନ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ପୁଞିନିବେଶକାରୀ ମାନଙ୍କୁ ବିଭିନ୍ନ ପ୍ରକାର ରିହାତି ପ୍ରଦାନ କରିବା ପାଇଁ ରାଜ୍ୟସରକାର ଯୋଜନା କରିଛନ୍ତି।

Other News