Published : ଓଡିଶା ସନ୍ ଟାଇମସ୍
/10-Nov-2016
ରାଜ୍ୟର କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ୨୦୧୬ ବର୍ଷ ପାଇଁ ୧୦୦ ପ୍ରତିଶତ ବୋନସ୍ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତ୍ରି। ମୁଖ୍ରମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୌଦ ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ସାଧାରଣ ସଭାରେ ଉଦବୋଧନ ଦେଲା ବେଳେ କହିଥିଲେଯେ, କେନ୍ଦୁପତ୍ର ବୋନସ୍ ଯୋଜନାରେ ୮.୫ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବ। ଏଥିପାଇଁ ୧୩୦ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚହେବ।ବୌଦ ଠାରେ ଉଦ୍ ବୋଧନ ଦେଇ ମୁଖ୍ୟମନ୍ତୀ କହିଥିଲେ ଯେ, ସାମୟିକ କର୍ମଚାରୀ ଓ କେନ୍ଦୁପତ୍ର ବନ୍ଧାଳୀ ମାନଙ୍କ ପ୍ରୋତ୍ସାହନ ଭତ୍ତାକୁ ୧୦ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ଦ୍ବାରା ୪୦ ହଜାର କର୍ମଚାରୀ ଓ ବନ୍ଧାଳୀ ଉପକୃତ ହେବେ। ଏଥିପାଇଁ ରାଜକୋଷରୁ ୨୦ କୋଟି ଟଙ୍କା ଖର୍ଚ୍ଚହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।