ମହାନଦୀ ପ୍ରସଙ୍ଗରେ ବିଜେଡି ପକ୍ଷରୁ ନଭେମ୍ବର ୧୧ ରୁ ବ୍ୟାପକ ଦସ୍ତଖତ ସଂଗ୍ରହ ଅଭିଯାନ

BJD to launch massive signature campaign on Nov 11 to protest projects on Mahanadi River

 Published : ଓଡିଶା ନିୟୁଜ ୩୬୦

/  

07-Nov-2016  

ମହାନଦୀର ଉପର ମୁଣ୍ଡରେ ଛତିଶଗଡ ସରକାରଙ୍କ ପକ୍ଷରୁ ନିର୍ମିତ ହେଉଥିବା ପ୍ରକଳ୍ପକୁ ବିରୋଧକରି ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ନଭେମ୍ବର ୧୧ ତାରିଖରେ ବ୍ୟାପକ ଦସ୍ତଖତ ଅଭିଯାନ ଆରମ୍ଭ ହେବ। ଏଥି ସହିତ ମହାନଦୀ ଜଳ ଉପରେ ନିର୍ଭର କରୁଥିବା ପରିବାର ସଦସ୍ୟ ମାନଙ୍କ ସହଯୋଗରେ ବଜେଡି ପକ୍ଷରୁ ହୀରାକୁଦ ଠାରୁ ପାରାଦ୍ବୀପ ପର୍ଯ୍ୟନ୍ତ  ୪୩୦ କିଲୋ ମିଟର ଲମ୍ବ ଏକ ବିଶାଳ ମାନବ ଶୃଙ୍ଖଳ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଜନ ସଚେତନତା ସ୍‌ଷ୍ଟି କରାଯିବ ବୋଲି  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ  ନବୀନ ପଟ୍ଟନାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ପ୍ରସ୍ତୁତି କମିଟି ବୈଠକରେ  ଦଳୀୟକର୍ମକର୍ତ୍ତା, ବିଧାୟକ ଓ ସଂସଦ ମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେଯେ, ୮୭ ଲକ୍ଷ ପରିବାରର ସଦସ୍ୟଗଣ ଦସ୍ତଖତ ସଂଗ୍ରହ ଅଭିଯାନରେ ଅଂଶ ଗ୍ରହଣ କରିବାର ଲକ୍ଷ ରଖାଯାଇଥିବାବେଳେ, ମାନବ ଶୃଙ୍ଖଳରେ ୫ଲକ୍ଷ ଜନତା ଅଂଶ ଗ୍ରହଣ କରିବେ ବୋଲି ଲକ୍ଷ୍ୟ ରଖାଯାଇଛି।

Other News