Published : ଦି ଟାଇମ୍ସ ଅଫ ଇଣ୍ଡିଆ
/28-Dec-2016
ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟାତ ନିର୍ବାଚନ ପାଞ୍ଚଟି ପର୍ଯ୍ୟାରେ ଅନୁଷ୍ଠିତ ହେବ। ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ନିର୍ବାଚନ କମିଶନର ରବି ନାରାୟଣ ସେନାପତି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇ ରାଜ୍ୟ ନିର୍ବଚନ କମିଶନର କହିଛନ୍ତି ଯେ, ରାଜ୍ୟର ୮୫୩ ଜିଳ୍ଳାପରିଷଦ ଜୋନ, ୬୬୬୫ ପଞ୍ଚାୟତ ସମିତି ସଦସ୍ୟ, ୬୮୦୧ ସରପଞ୍ଚ ଏବଂ ୯୨,୦୨୯ ୱାର୍ଡ ସଭ୍ୟ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫେବୃଆରୀ ପର୍ଯ୍ୟୟାକ୍ରମେ ୧୩ , ୧୫, ୧୭, ୧୯, ଏବଂ ୨୧ ତାରିଖ ଅନୁଷ୍ଠିତ ହେବ। ୫୦ ପ୍ରତିଶତ ଆସନ ମହିଳା ପ୍ରର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ନିର୍ବାଚନରେ ଏଥର ୨ କୋଟି ୬୦ ଲକ୍ଷ ୯୨ ହଜାର ୫୦୭ ଜଣ ମତ ଦାନ କରିବେ। ଏହି ନିର୍ବାଚନରେ ବିଭିନ୍ନ ରଙ୍ଗର ବାଲାଟ ପେପର ଓ ବ୍ୟାଲାଟ ବକ୍ସ ବ୍ୟବହାର କରାଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି।