ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଗ୍ରାମାଞ୍ଚଳକୁ ନଗଦ ଟଙ୍କା ଯୋଗାଅ

CM asks bank move for cash supply in rural areas

ଗ୍ରମାଞ୍ଚଳରେ ନଗଦ ଅର୍ଥର ଅଭାବ ଯୋଗୁ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି, ତେଣୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ରାଜ୍ୟରେ ଥିବା ପ୍ରମୁଖ ବ୍ୟବସାୟିକ ବ୍ୟାଙ୍କ ଗୁଡିକ ଯଥେଷ୍ଟ ପରିମାଣରେ ୫୦୦ ଏବଂ ୧୦୦ ଟଙ୍କିଆ ନୋଟ ଗ୍ରମାଞ୍ଚଳକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରମାଞ୍ଚଳରେ ୫୦୦ ଓ ୧୦୦ ଟଙ୍କିଆ ନୋଟର ଘୋର ଅଭାବ ସମ୍ପର୍କରେ ବିଭିନ୍ନ ଜିଲ୍ଲାର ଜିଲ୍ଳାପାଳ ମାନଙ୍କଠାରୁ ସୂଚନା ପାଇବାପରେ ମୁଖ୍ୟମନ୍ତ୍ରୀ ବ୍ୟାଙ୍କ ଗୁଡିକୁ ଗ୍ରମାଞ୍ଚଳକୁ ଯଥେଷ୍ଟ ପରିମାଣରେ ନଗଦ ଅର୍ଥ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିମୁଦ୍ରୀକରଣ ଯୋଜନା କାର୍ଯ୍ୟକାରୀ ହେବାପରେ ରାଜ୍ୟରେ ଧାନ  କିଣା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଏତଦ୍ ବ୍ୟତୀତ ଫସଲ ବୀମା ପ୍ରଦାନ, ଚାଷୀଙ୍କୁ ମରୁଡି ସହାୟତା ପ୍ରଦାନ ସହିତ ବଲାଙ୍ଗୀର, କଟକ, ଗଞାମ ଏବଂ ସମ୍ବଲପୁର ଜିଲ୍ଲାର ରବି ଫସଲ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ଭିଡିଓ କନ୍ଫରେସିଂ ମାଧ୍ୟମରେ ଆଲୋଚନା କରିଥିଲେ।

Other News