ବିଜୁ ପଟ୍ଟନାୟକ ପ୍ରକୃତ ଜଣେ ରାଷ୍ଟ୍ରବାଦୀ ଉପରାଷ୍ଟ୍ରପତି ଡ. ଆନସରୀ

Biju Patnaik a true nationalist Dr Ansari

ଉପରାଷ୍ଟ୍ରପତି ଡ. ଏମ ହମିଦ୍ ଆନସରୀ, ବିଜୁ ପଟ୍ଟନାୟକଙ୍କୁ ଜଣେ ଅନିନ୍ଦନୀୟ ସଚ୍ଚୋଟ ଓ ରାଷ୍ଟ୍ରବାଦୀ ଭାବେ ବର୍ଣ୍ଣନା କରିଛନ୍ତି। ଦିଲ୍ଲୀଠାରେ ଅନୁଷ୍ଠିତ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି ଡ.ଆନସରୀ କହିଥିଲେ ଯେ,ବିଜୁବାବୁ ପ୍ରକୃତ ଜାତୀୟବାଦୀ ହୋଇଥିଲେ ହେଁ ଓଡିଶା ପ୍ରତି ତାଙ୍କ ହୃଦୟରେ ସ୍ବତନ୍ତ୍ର୍ର ଅନୁରାଗ ଥିଲା।

 ସ୍ବାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକ ଙ୍କ ଅବଦାନ ସମ୍ପର୍କରେ ଉଲ୍ଲଖ କରି  ଉପରାଷ୍ଟ୍ରପତି କହିଥିଲେ ଯେ ୧୯୪୨ ମସିହାରେ ଭାରତଛାଡ ଆନ୍ଦୋଳନରେ ବିଜୁବାବୁ ଯୋଗଦେଇଥିଲେ। ବିଜୁ ପଟ୍ଟନାୟକ ବିଟ୍ରିଶ୍ ସରକାରଙ୍କ ଅଧିନରେ ଚାକିରୀ କରିଥିଲେ ମଧ୍ୟ ଅଣ୍ଡରଗ୍ରାଉଣ୍ଡରେ ରହି ଇଂଗ୍ରେଜ ସରକାରଙ୍କ ବିରୋଧରେ ସଂଗ୍ରାମ ଚଳାଇଥିବା ଲୋକନାୟକ ଜୟପ୍ରକାଶ ନାରାୟଣ, ଅରୁଣା ଅସଫ ଅଲ୍ଲି ଏବଂ ଡ.ରାମମୋହନ ଲୋହିଆଙ୍କ ଭଳି ବିଶିଷ୍ଟ ସଂଗ୍ରାମୀ ମାନଙ୍କୁ ସହାୟତା କରୁଥିଲେ। ଶେଷରେ ଧରାପଡି ୩ ବର୍ଷ କାରାବରଣ କରିଥିଲେ ବୋଲି ଉପରାଷ୍ଟ୍ରପତି ସୂଚନା ଦେଇଥିଲେ।ବିଜୁ ଶତବାର୍ଷିକ ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ବାବୁ କେବଳ ଆମପାଇଁ ପ୍ରେରଣାର ଉତ୍ସ ନୁହନ୍ତି, ତାଙ୍କର ବିଚାରଧାରାକୁ ଆମେ କାର୍ଯ୍ୟକାରୀ କରିଚାଲିଛୁ। ସେ ହେଉଛନ୍ତି ସ୍ବାଭିମାନୀ,ସଶକ୍ତ, ପ୍ରଗତି ଓ ଆତ୍ମସମ୍ମା ଥିବା ଓଡିଆଜାତିର ପ୍ରତୀକ‍।ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଶ୍ରୀ ଅନଙ୍ଗ କୁମାର ପଟ୍ଟନାୟକ ଉତ୍ସବରେ ଯୋଗଦେଇ କହିଥିଲେ ଯେ ଓଡିଶା ପ୍ରତି ବିଜୁବାବୁଙ୍କ ସବୁଠୁ ବେଶୀ ଆକର୍ଷଣଥିଲା। 

 

Other News