ବିଜେଡ଼ି ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲେ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ

Party President Naveen Patnaik launches BJDs membership drive

 Published : ଓଡ଼ିଶା ବାଇଟ୍ସ

/  

02-Sep-2019  

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି । ସଭ୍ୟ ସଂଗ୍ରହ ପାଇଁ ଦଳ ତରଫରୁ ସ୍ଵତନ୍ତ୍ର ୱେବସାଇଟ www.joinbjd.com  ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ।  ପଞ୍ଚାୟତର ପ୍ରତ୍ୟେକ ଵାର୍ଡ଼ରେ ସର୍ବନିମ୍ନ ସକ୍ରିୟ ସଭ୍ୟ ଭାବେ ୪ ଜଣ, ଏନଏସିର ପ୍ରତ୍ୟେକ ଵାର୍ଡ଼ରେ ୫ ଜଣଙ୍କୁ ସକ୍ରିୟ ସଦସ୍ୟ ଭାବେ ନିୟୋଜିତ କରାଯିବ। ସେହିପରି ପୌରପାଳିକାର ପ୍ରତ୍ୟେକ ଵାର୍ଡ଼ରେ ୧୫ ଜଣ ଏବଂ ମହାନଗର ନିଗମର ପ୍ରତ୍ୟେକ ଵାର୍ଡ଼ରେ ୪୦ ଜଣ ଲେଖାଏଁ ସକ୍ରିୟ ସଭ୍ୟଙ୍କ ଜରିଆରେ ପ୍ରତ୍ୟେକ ୨୪ ଜଣ ଲେଖାଏଁ ନୂତନ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି।

Other News