ବିଜେଡି ସଭାପତି ୧୮ ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କଲେ

BJD president appoints new observers for 18 districts

 Published : ଟାଇମ୍ସ ଅଫ ଇଣ୍ଡିଆ

/  

25-May-2017  

ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ୧୮ ଟି ଜିଲ୍ଲାରେ ଦଳର ସଙ୍ଗଠନ କାର୍ଯ୍ୟର ସୁପରିଚାଳନା ପାଇଁ  ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି।  ନିଯୁକ୍ତି ପାଇଥିବା ପର୍ଯ୍ୟବେକ୍ଷକଙ୍କ  ମଧ୍ୟରେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କୁ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା ବେଳେ ମନ୍ତ୍ରୀ ଉଷାଦେବୀଙ୍କୁ କଟକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାଇତ୍ବ ପ୍ରଦାନ କରାଯାଇଛି। ସେହିପରି ମନ୍ତ୍ରୀ ମାନଙ୍କ ମଧ୍ୟରେ ମହେଶ୍ବର ମହାନ୍ତି ଙ୍କୁ ( ଗଞୀମ ଜିଲ୍ଲା), ନିରଞ୍ଜନ ପୁଜାରୀଙ୍କୁ (କଳାହାଣ୍ଡି ଜିଲ୍ଲା), ପ୍ରଫୁଲ୍ଲ ମଲ୍ଲିକଙ୍କୁ (ବରଗଡ ଜିଲ୍ଲା), ଶଶୀଭୂଷଣ ବେହେରା ଙ୍କୁ (ନୟାଗଡ ଜିଲ୍ଲା) , ଅଶଷାକ ପଣ୍ଡାଙ୍କୁ (ଯାଜପୁର ଜିଲ୍ଲା), ପ୍ରତାପ ଜେନାଙ୍କୁ (ଅନୁଗୁଳ ଜିଲ୍ଲା)ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ( ପୁରୀ ଜିଲ୍ଲା ) ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

Other News