Published : ଓଡ଼ିଶା ବାଇଟ୍ସ
/24-Sep-2019
ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୈଦେଶିକ ପୁଞ୍ଜିନିବେଶ ପାଇଁ କୋରିଆ ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି। ବୈଦୁତିକ,ପେଟ୍ରୋଲିୟମ୍,ବୟନ ଶିଳ୍ପ,ପର୍ଯ୍ୟଟନ, ରସାୟନ,ଧାତବ ଓ ଖାଦ୍ୟ ପ୍ରକିୟାକରଣ ଆଦି ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶକୁ ମୁଖମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି। ଏହା ଦ୍ଵାରା ରାଜ୍ୟରେ ଦ୍ରୁତ ଶିଳ୍ପାୟନ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ତେବେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ କୋରିଆ ଆଗ୍ରହ ପ୍ରକାଶ କରିଥିବାବେଳେ ସଭାପତି ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ଓ ମାନବ ସମ୍ବଳ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।