ଜୀବନ ବଞ୍ଚାଇଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

Biju Swasthya Kalyan Yojana saving lives

 Published : The Sakala

/  

08-Jul-2022  

ରାଜ୍ୟ ସରକାର ଅନେକ ଗରିବ ଶ୍ରେଣୀର ଲୋକଙ୍କ ପାଖରେ ଚିକିତ୍ସା ପାଇଁ ଅନେକ ଯୋଜନା କରିଥିବାବେଳେ ସେଥିମଧ୍ୟରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ୟତମ ଅଟେ ।ଏହି ଯୋଜନା ରେ ଅନେକ ଗରିବ ଶ୍ରେଣୀ ର ଲୋକେ ଚିକିତ୍ସିତ ହୋଇ ଜୀବନ ରକ୍ଷା କରି ପାରିଛନ୍ତି। ସେହିପରି ଏ ନେଇ ଗତ ୧୦-୪-୨୨ରେ ସକାଳ ଖବର କାଗଜ ରେ ଏକ ଖବର ପ୍ରକାଶ ପାଇଥିଲା। ଟଙ୍କଧର ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏନେଇ ଜିଲ୍ଲା ପ୍ରଶାସନ୍ ଦୃଷ୍ଟି ଦେଇ ଟଙ୍କଧର ଙ୍କ ଚିକିତ୍ସା ପାଇଁ ନୂଆପଡ଼ା ମୁଖ୍ୟ ଚିକିତ୍ସା ଲୟରେ ଭର୍ତ୍ତି କରି ଚିକିତ୍ସା କରିଥିଲେ। ପରେ ଟଙ୍କଧର କୁ ଭୁବନେଶ୍ୱର ଏମ ସ ହସ୍ପିଟାଲ କୁ ପଠାଯାଇ ବିଜୁ ସ୍ବାସ୍ଥ୍ୟ ଯୋଜନା ରେ ସାମିଲ କରି ତାଙ୍କର ଚିକିତ୍ସା କରାଯାଇଥିଲା। ଟଙ୍କଧର ଙ୍କ ଗଳାରେ ବାହାରିଥିବା (ବଥ)କୁ ଅସ୍ତ୍ରପ୍ରଚାର କରାଯାଇଥିଲା।

ଆହୁରି ପଢନ୍ତୁ

Other News