Published : ଓଡିଶା ସନ୍ ଟାଇମ୍ସ
/28-Jul-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ଅତିରିକ୍ତ ସମବାୟ ନିବଦ୍ଧକ କ୍ଷମତା ପ୍ରଦାନ ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଫଳରେ ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାରେ ତୃଣମୂଳ ସ୍ତରରେ ଥିବା କୃଷିଋଣ ସମବାୟ ସମିତି, ବୃହତ୍ତର ଆଦିବାସୀ ବହୁମୁଖୀ ସମବାୟ ସମିତି, ଚାଷୀ ସେବା ସମବାୟ ସମିତି ସମେତ ଆଞ୍ଚଳିକ ସମବାୟ ବିପଣନ ସମିତି ଗୁଡିକର ଉପଯୁକ୍ତ ପରିଚାଳନା ଓ ତଦାରଖ ହୋଇ ପାରିବ।