Published : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭଉଦଘାଟିତ ହେଲା, ବାରିପଦ
/06-Sep-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲାରେ ନବ ନିର୍ମିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସପିଟାଲର ଶୁଭଉଦଘାଟନ କରିଛନ୍ତି। ଏହା ଫଳରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୫ କୁ ବୃଦ୍ଧି ପାଇଛି। ଉତ୍ତର ଓଡିଶାରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା କ୍ଷେତ୍ରରେ ଏହି ମେଡିକାଳ କଲେଜ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବ ସହିତ ଓ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟବାସୀଙ୍କ ପାଇଁ ସହାୟକ ହେବ।