Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/07-May-2019
ଭୟାବହ ବାତ୍ୟା ଫନୀ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଠାରୁ ଓଡ଼ିଶା ପାଇଁ ୧୭ ହଜାର କୋଟି ଟଙ୍କାର ସହାୟତା ଦାବୀ କରିଛନ୍ତି। ଏହି ଅର୍ଥରେ ଥଇଥାନ କରାଯିବା ସହିତ ଓଡ଼ିଶାକୁ ବିପର୍ଯ୍ୟୟ ପ୍ରତିରୋଧକ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଏହି ପ୍ରସଙ୍ଗ ଭୁବନେଶ୍ବର ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଉତଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ବିପର୍ଯ୍ୟସ୍ତ ଅଞ୍ଚଳ ପରିଦର୍ଶରୁ ଫେରିବା ପରେ ବିମାନ ବନ୍ଦରଠାରେ ଅନୁଷ୍ଠିତ ସମୀକ୍ଷା ସମୟରେ ଏହି ଦାବୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।