ମୁଖ୍ୟମନ୍ତ୍ରୀଙ୍କ ଉକ୍ତି, ମୟୁରଭଞ୍ଜ ବାସୀଙ୍କ ମେଡିକାଲ କଲେଜ ସ୍ବପ୍ନ ସାକାର ହେଲା

CM says medical college a dream come true for Mayurbhanj

 Published : ଓଟିଭି

/  

18-May-2017  

ବାରିପଦାଠାରେଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ସନ୍ତୋଷ ଜନକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମତପ୍ରକାଶ କରିଛନ୍ତି।  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ବାରିପଦା ଗସ୍ତକରି ମେଡିକାଲ କଲେଜ ନିର୍ମାଣ ସଂପର୍କରେ ସମୀକ୍ଷା କରିଥିଲେ ଓ ମେଡିକାଲ କଲେଜର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥରଲେ। ଏହି ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ସୁପ୍ରିମ କୋର୍ଟର ଓଭରସାଇଟ୍ ମ୍ୟାଣ୍ଡେଟ କମିଟ ନିକଟରେ ଅନୁମତି ପ୍ରଦାନ କରିଛନ୍ତି। ଏହା ଫଳରେ ମୟୁରଭଞ୍ଜ ବାସୀଙ୍କ ସ୍ବପ୍ନ ସାକାର ହେଲା ବୋଲି ମୁଖ୍ୟମନ୍ତ୍ରୀ ମତପ୍ରକାଶ କରିଥିଲେ ।

Other News