କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଠକିଛନ୍ତି ବୈଜନ୍ତ

Baijayant has cheated people of Kendrapada

 Published : ଓଡ଼ିଶା ସନ୍ ଟାଇମ୍ସ

/  

12-Apr-2019  

ବିଜେପି ନିର୍ବାଚନ ଆଚରଣ ବିଧି ଉଲଙ୍ଗନ କରିବା ନେଇ ଦଳର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ଅଭିଯୋଗ କରିବାର ଦିନକ ପରେ, ବିଜେପିର ଜାତୀୟ ଉପସଭାପତି ବୈଜନ୍ତ ପଣ୍ଡା ଓ ଏକ ଘରୋଇ ଟିଭି ଚ୍ୟାନେଲ  ବିରୋଧରେ ଦଳପକ୍ଷରୁ ସିଇଓଙ୍କ ନିକଟରେ ଅଭିଯୋଗ କରାଯାଇଛି।  ସିଇଓଙ୍କୁ ଦଳପକ୍ଷରୁ ଲିଖିତ ଅଭିଯୋଗ କରାଯାଇ କୁହାଯାଇଛି ଯେ, ୨୦୧୪ ନିର୍ବାଚନ ସମୟରେ ପରିବାରର ବ୍ୟବସାୟରୁ ମିଳୁଥିବା ଅର୍ଥ ସମ୍ପର୍କରେ କେତେକ ତଥ୍ୟକୁ ଲୁଚାଇ ବୈଜନ୍ତ ପଣ୍ଡା ଏକ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ତାଙ୍କ ବିରୋଧରେ ଏକ ଅପରାଧିକ ମାମଲା ମାର୍ଚ୍ଚ ୨୦୧୮ରେ ରୁଜୁ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଶ୍ରୀ ପଣ୍ଡା ଜାଣିଶୁଣି ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି। ଏହା ଫଳରେ ସେ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ମିଥ୍ୟାତଥ୍ୟ ସେଇ ଠକିଛନ୍ତି ବୋଲି ଦଳପକ୍ଷରୁ ଅଭିଯୋଗ କରାଯାଇଛି।

Other News