Published : ଓଡିଶା ସନ୍ ଟାଇମ୍ସ
/19-Dec-2016
ଶିଳ୍ପାୟନ କ୍ଷେତ୍ରରେ ଅସିଥିବା ପୁଞ୍ଜି ବିନିଯୋଗ ପ୍ରସ୍ତାବ ଓ ନିର୍ମିତ ହେବାକୁ ଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକାରୀତାକୁ ତ୍ବାରାନ୍ବୀତ କରିବା ପାଇଁ ଏକ ଆନ୍ତଃ- ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୁଞ୍ଜି ବିନିବେଶ ଉପରେ ସମୀକ୍ଷା କରାଯାଉଥିବା ବେଳେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁଯାୟୀ ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏହି କମିଟିର ଅଧ୍ୟକ୍ଷ ରହିବେ। ଖଣି, ଏମ ଏସ୍ ଏମ ଇ, ଜଙ୍ଗଲ, ସୂଚନା ଓ ପ୍ରଯୁକ୍ତ ବିଦ୍ୟା ବିଭାଗ ଗୁଡିକର ମନ୍ତ୍ରୀ ଗଣ ଏହି କମିଟିର ସଦସ୍ୟ ରହିବେ ବୋଲି ନିଷ୍ପତ୍ତି ହୋଇଛି।