ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ବାତ୍ୟା ଫନୀ ରେ ଯେପରି ଜଣେ ହେଲେ ବ୍ୟକ୍ତିଙ୍କ ପ୍ରାଣହାନୀ ନଘଟେ

Cyclone FANI, Odisha CM sets zero casualty target

 Published : ଓଡ଼ିଶା ସନ୍ ଟାଇମ୍ସ

/  

01-May-2019  

ବାତ୍ୟା ଫନୀର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବେ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ଜିରେ କାଜୁଆଲିଟି’ ଉପରେ ଗୁରୁତ୍ବ ଦେଇଛନ୍ତି। ଅଧିକାରୀ ମାନଙ୍କୁ ବାତ୍ୟାର ମୁକାବିଲ୍ଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇ ଥିଲାବେଳେ ଜଣେ ହେଲେ ବ୍ୟକ୍ତି ଯେପରି ମୃତ୍ୟୁ ବରଣ ନକରନ୍ତି ସେଥିପାଇଁ ଗୁରୁତ୍ବ ପ୍ରଦାନ କରିଛନ୍ତି। ଫନୀ ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହିଭଳି ଭାବେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

Other News