Published : ଓଡ଼ିଶା ସନ୍ ଟାଇମ୍ସ
/10-Mar-2019
ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ଘୋଷଣା। ଲୋକସଭା ନିର୍ବାଚନରେ ମହିଳାଙ୍କ ପାଇଁ ଦଳର ୩୩ ପ୍ରତିଶତ ଆସନ ସଂରକ୍ଷଣ ରହିବ। ଦଳର ସଭାପତି କେନ୍ଦ୍ରାପଡାଠାରେ ଆୟୋଜିତ ମିଶନ ଶକ୍ତି ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି କେନ୍ଦ୍ରାପଡା ହେଉଛି ବିଜୁବାବୁଙ୍କ କର୍ମଭୂମି। ମହିଳାଙ୍କ ପାଇଁ ସେ ୧୯୯୦ ମସିହାରେ ପଞ୍ଚାୟତି ରାଜ ବ୍ୟବସ୍ଥା ଓ ନିଯୁକ୍ତି କ୍ଷେତ୍ରରେରେ ୩୩ ପ୍ରତିଶତ ସଂରକ୍ଷଣ କରି ଦେଶକୁ ପଥ ପ୍ରଦର୍ଶନ କରିଥିଲେ। ୨୦୧୨ ମସିହାରେ ସେହି ସଂରକ୍ଷଣକୁ ୫୦ ପ୍ରତିଶତ ବୃଦ୍ଧି କରାଯାଇଚି। ଏବେ ମହିଳାଙ୍କ ପାଇଁ ବିଧାନ ସଭା ଓ ଲୋକ ସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଧାନ ସଭାରେ ସଂକଳ୍ପ ଗୃହୀତ କରାଯାଇଛି ବୋଲି ସଭାପତି କହିଛନ୍ତି।