Published : ଦି ଟାଇମ୍ସ ଅଫ ଇଣ୍ଡିଆ
/26-Dec-2016
ରାଜ୍ୟର ଦୃର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ଦମନ ନାମକ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୃର୍ଗମ ଅଞ୍ଚଳ ମ୍ୟାଲେରିଆ ନିରାକରଣ ଯୋଜନା (ଦମନ) ପାଇଁ ବାର୍ଷିକ ୨୪ କୋଟି ଟଙ୍କା ରାଜ୍ୟ ବଜେଟରୁ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଦୃର୍ଗମ ତଥା ମ୍ୟାଲେରିଆ ପ୍ରବଣ ଅଞ୍ଚଳ କୋରାପୁଟ, ମାଲକାନଗିରି,ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ନୂଆପଡା, ଏବଂ କନ୍ଧମାଳ ଜିଲ୍ଲାର ୭୯ ଟି ବ୍ଲକର ୮୦୦୦ ଗ୍ରାମରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଯୋଜନା ୫ ବର୍ଷ ପାଇଁ କାର୍ଯ୍ୟକରି ହେବ । ଏଥିପାଇଁ ୧୨୦ କୋଟି ଟଙ୍କା ଖର୍ଚ୍ଚହେବ। ଏହି ଯୋଜନା କାର୍ଯ୍ୟକାରୀ ପାଇଁ ରାଜ୍ୟସରକାର ୧୦ କୋଟି ପ୍ରଦାନ କରିଛନ୍ତି। ଏହି ଯୋଜନାରେ ୮୦ଲକ୍ଷ ଲୋକ ଉପକୃତ ହେବେ।