Chief Minister Shri Naveen Patnaik
ନବୀନ ପଟ୍ଟନାୟକ

ଦଳର ସଭାପତି

ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାବାସୀଙ୍କ ସବୁଠୁ ପ୍ରିୟ ନେତା ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଶ୍ରୀ ନବୀନ ପଟ୍ଟନାୟକ। ମହାନ୍ ଜନନେତା ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଶ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାର ୧୪ତମ ମୁଖ୍ୟମନ୍ତ୍ରୀ। ଲଗାତାର ୫ଥର ପାଇଁ ଓଡ଼ିଶାବାସୀ ନିଜର ସବୁଠୁ ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି। ଏଥିସହ ଆଗକୁ ଓଡ଼ିଶାବାସୀ ତାଙ୍କୁ ଦେଶର ସବୁଠୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ବ୍ୟକ୍ତିତ୍ବ ସଜାଇବାକୁ ଯାଉଛନ୍ତି।

 

 

୧୯୪୬ ଅକ୍ଟୋବର ୧୬ରେ ଜନ୍ମଲାଭ କରିଥିବା ଶ୍ରୀ ନବୀନ ପଟ୍ଟନାୟକ, ୱେଲହାମ୍ ସ୍କୁଲ୍, ଲରେନ୍ସ ସ୍କୁଲ୍ ଓ ପ୍ରସିଦ୍ଧ ଡୁନ୍ ସ୍କୁଲର ଛାତ୍ର ତଥା ଦିଲ୍ଲୀର ମର୍ଯ୍ୟାଦାପୂର୍ଣ୍ଣ କିରୋରୀ ମଲ୍ କଲେଜରୁ କଳାରେ ସ୍ନାତକ ଡ୍ରିଗୀ ଲାଭ କରିଛନ୍ତି।

ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି, ସୁଦକ୍ଷ ନେତୃତ୍ୱ ବଳରେ ଓଡ଼ିଶା ରୁପାନ୍ତରଣର ଶିଖର ଛୁଉଁଛି। ତାଙ୍କ ପଦକ୍ଷେପ ଓଡ଼ିଶାକୁ ଆଜି ଦେଶର ସବୁଠୁ କ୍ଷିପ୍ର ବେଗରେ ବିକାଶ ପଥେ ଆଗକୁ ବଢୁଥିବା ରାଜ୍ୟ ସଜାଇଛି। ମହାବାତ୍ୟା ପରି କଠିନ ସ୍ଥିତିକୁ ସାମ୍ନା କରିଥିବା ଓଡ଼ିଶା ଆଜି ବାତ୍ୟା ତଥା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ସାରା ଦେଶ ଓ ବିଶ୍ୱ ଆଗରେ ଉଦାହରଣ ସାଜିଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ଶିଳ୍ପୋଦ୍ୟୋଗରେ ବିପ୍ଳବ ଆସିଛି, ଆଜି ଓଡ଼ିଶା ଭାରତର ୫୦% ଷ୍ଟିଲ୍ ଓ ଆଲୁମିନିୟମ୍ ଉତ୍ପାଦନ କରି ସମୃଦ୍ଧି ଆଣୁଛି। ଶ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ନୀତି ବଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷାଠୁ ଆରମ୍ଭ କରି ଗାଁ ଓ ମା’ଙ୍କ ବିକାଶ, ଭିତ୍ତିଭୂମି, ଯୋଗାଯୋଗ, କ୍ରୀଡ଼ା ଓ କୃଷକଙ୍କ ଉନ୍ନତି ଦିଗରେ ଓଡ଼ିଶା ଅଭୂତପୂର୍ବ ସଫଳତା ହାସଲ କରିଛି। ପ୍ରତିଟି ଓଡ଼ିଆଙ୍କୁ ସାଥିରେ ନେଇ ବିକାଶର କ୍ଷିପ୍ର ବେଗରେ ‘ନୀବନ ଓଡ଼ିଶା’ ଗଠନ ହେଉଛି।