Published : ଓରିଶାପୋଷ୍ଟ
/04-Apr-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜଳିକାଟୁ ଗସ୍ତରେ ଯାଇଁ ବହୁ ନୂତନ ପ୍ରକଳ୍ପର ଉଦଘାଟନ କରିବା ସହିତ ଅନେକ ଗୁଡିଏ ନୂତନ ପ୍ରକଳ୍ପର ଶୁଭଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୮ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଥିବା ବେଳେ ମୋଟ ୬୬.୧୬ କୋଟି ଟଙ୍କାର ୨୬ ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ।