ପିଏମ-କିଷାନ ଯୋଜନାରେ ନାମମାତ୍ର ଓ ଭୁମିହୀନ ଚାଷୀଙ୍କ ପାଇଁ କିଛି ନାହିଁ :ମୁଖ୍ୟମନ୍ତ୍ରୀ

KISAN has nothing for marginal, landless farmers:CM

 Published : ଓଡ଼ିଶା ସନ୍ ଟାଇମ୍ସ

/  

20-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାର କଣାସ ଠାରେ ଚାଷୀ ମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଁପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିଁ ଯୋଜନାରେ ଭୂମିହୀନ, ଭାଗଚାଷୀ ଓ କୃଷି ଶ୍ରମିକ ମାନଙ୍କୁ  ଅଣଦେଖା କରାଯାଇଛି। ସେମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରେ କୌଣସି ବ୍ୟବସ୍ତା ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି “ବାଦ ପଡିଥିବା ଭୂମିହୀନ, ଭାଗଚାଷୀ ଓ କୃଷିଶ୍ରମିକ ମାନଙ୍କୁ କେନ୍ଦ୍ରୀୟ ଯୋଜନାରେ ଅନ୍ତର୍ଭୂକ୍ତ କରାଯିବା ସହିତ ସହାୟତା ରାଶି ୬ହଜାରରୁ ୧୦ ହଜାରକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବୀ କରିଛି”। ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାରଙ୍କର କାଳିଆ ଯୋଜନା ସହିତ ତୁଳନାକରି କହିଛନ୍ତି କାଳିଆ ଯୋଜନା ଯଥେଷ୍ଟ ଭଲ ଓ ଏହା ସବୁ ଶ୍ରେଣୀର ଚାଷୀ ସ୍ବାର୍ଥରକ୍ଷା କରିବାରେ ସହାୟକ ହେବ।

Other News