Published : ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ
/29-May-2018
ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧିର ପ୍ରତିବାଦରେ ବିଜୁ ଜନତା ଦଳର ନେତା ଓ କର୍ମ୍ମିମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ଦଳ ପକ୍ଷରୁ ୩ ଦିନିଆ ଆନ୍ଦୋଳନ ଡାକରା ଦିଆଯାଇଛି। ଦଳର କାର୍ଯ୍ୟକର୍ତ୍ତା ଓ ନେତା ମାନେ ରାଜଭବନ ସମ୍ମୁଖରେ ଧାରଣା ଦେବା ସହିତ ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।