Published : ଓଡିଶା ସନ୍ ଟାଇମ୍ସ
/16-Jun-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ଜାତୀୟ ସ୍ତରର ବୈଷୟିକ ଖାଦ୍ୟ ପ୍ରୟୋଗ ବିଜ୍ଞାନ ପ୍ରତିଷ୍ଠାନ ଖୋଲିବାପାଇଁ କେନ୍ଦ୍ର ନିକଟରେ ଦାବୀ କରିଛନ୍ତି। ରାଜ୍ୟରେ ଖାଦ୍ୟ ପ୍ରକ୍ରୀୟା କରଣର କ୍ଷେତ୍ର ବୃଦ୍ଧି ପାଉଥିବାରୁ ଜାତୀୟ ଖାଦ୍ୟ ପ୍ରକ୍ରୀୟାକରଣ ପ୍ରତିଷ୍ଠାନ ଖୋଲାଯିବାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ଖାଦ୍ୟ ପ୍ରକ୍ରୀୟାକରଣ ମନ୍ତ୍ରୀ ଶ୍ରୀମତୀ ହର୍ଷମିତ କାଉର ବାଦଲଙ୍କୁ ଏକ ପତ୍ର ଲେଖି ଓଡିଶାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫୁଡ ଟେକ୍ନୋଲୋଜି, ଏଣ୍ଟ୍ରପ୍ରିନିଓର ଆଣ୍ଡ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ଓଡିଶାରେ ପ୍ରତିଷ୍ଠା କରିବାକୁ ଅନୁରୋଧ କରିଛନ୍ତି।