ରାଜ୍ୟରେ ୪ଟି ଏସଟିପିଆଇ କେନ୍ଦ୍ର ପ୍ରତିଷ୍ଠାପାଇଁ ବୁଝାମଣାପତ୍ର ସ୍ବାକ୍ଷରୀତ

Odisha signs MoU to set up 4 STPI centres

ରାଜ୍ୟରେ ୪ ଟି ସଫ୍ଟୱେୟାର ପାର୍କ ପ୍ରତିଷ୍ଠା କରିବା ପାଇଁ ରାଜ୍ୟସରକାର ଏସଟିପିଆଇ ସହ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ଏହି ସଫ୍ଟୱେୟାର ପାର୍କ ଗୁଡିକ ଯଥାକ୍ରମେ ଅନୁଗୋଳ, ଯାଜପୁର, କୋରାପୁଟ(ଜୟପୁର) ଏବଂ ସମ୍ବଲପୁର ଠାରେ ପ୍ରତିଷ୍ଠା ହେବ। ଏହି ସବୁ କେନ୍ଦ୍ର ପ୍ରତିଷ୍ଠା ହେଲେ ଓଡିଶାରେ ଏସଟିପିଆଇ କେନ୍ଦ୍ର ସଂଖ୍ୟା ୮ କୁ ବୃଦ୍ଧି ପାଇବ ବୋଲି ବୁଝମଣାପତ୍ର ସ୍ବାକ୍ଷର ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।। ସୂଚନା ଯୋଗ୍ୟଯେ ଦେଶରେ ମୋଟ ୫୫ଟି ଏସଟିପିଆଇ କେନ୍ଦ୍ର ରହିଛି।

Other News