ମୁଖ୍ୟମନ୍ତ୍ରୀ ଗଡକରୀଙ୍କୁ ପୁଣି ଲେଖିଲେ ଚିଠି, ରାସ୍ତା ପ୍ରକଳ୍ପ ମଞ୍ଜୁର ପାଇଁ କଲେ ଦାବୀ

CM wrote to Gadkari again, sought approval for road projects

ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟକୁ ମୁଖ୍ୟମନ୍ତ୍ରୀ ପତ୍ର ଲେଖି କେନ୍ଦ୍ରୀୟ ରାସ୍ତା ପାଣ୍ଠି ଯୋଜନାରେ ଗତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା ସମସ୍ତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିବାକୁ ଦାବୀ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଶ୍ରୀ ନିତିନ୍ ଗଡକରୀଙ୍କୁ ଗତ ଦୁଇ ସପ୍ତାହ ମଧ୍ୟରେ ଦ୍ବିତୀୟ ଥର ଚିଠି ଲେଖି ଦର୍ଶାଛନ୍ତି, ୨୦୧୮ ଡିସେମ୍ବର ୨୦ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨୬୧.୯୮ କୋଟି ଟଙ୍କାର ୩୦ ଟି ପ୍ରକଳ୍ପ ମଞ୍ଜୁରୀ ପାଇଁ ଦେନ୍ଦ୍ରକୁ ପଠାଯାଇଥିଲା। ସେହିସବୁ ପଡିରହିଥିବା ପ୍ରକଳ୍ପଗୁଡିକ ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ପତ୍ରରେ ଦର୍ଶାଇଛନ୍ତି।

Other News