Published : Newsroom Odisha
/18-May-2022
ଯଦିଓ ସେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ, କିନ୍ତୁ କେବଳ ଦକ୍ଷିଣ ଓଡ଼ିଶା କିମ୍ବା ସମଗ୍ର ରାଜ୍ୟ ନୁହେଁ ବରଂ ସାରା ଦେଶର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା’ ତାରାତାରିଣୀ ମନ୍ଦିର। ଏକଦା କେବଳ ଏକ ଅପେକ୍ଷାକୃତ କମ୍ ପ୍ରସିଦ୍ଧ ଧାର୍ମିକ ପୀଠ ଭାବେ ପରିଚିତ ଥିବା ଏହି ଶକ୍ତି ପୀଠ ଗତ କିଛି ସମୟ ମଧ୍ୟରେ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଭାବେ ରୂପାନ୍ତରିତ ହୋଇପାରିଛି। ଏହି ଧାରା ଏବେ ବି ଜାରି ରହିଛି। ଆଗକୁ ଏକକାଳୀନ ଆଧ୍ୟାତ୍ମିକ ମହତ୍ତ୍ୱ, ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଓ ଭ୍ରମଣକାରୀଙ୍କ ସକାଶେ ଯାବତୀୟ ସୁବିଧା ସୁଯୋଗରେ ସମ୍ପନ୍ନ ଏକ ଅନ୍ତର୍ଜାତୀୟସ୍ତରର ଟୁରିଷ୍ଟ ସ୍ପଟ୍ ରୂପେ ଖ୍ୟାତିଲାଭ କରିବାକୁ ଯାଉଛି ଏହି ବିଖ୍ୟାତ ମନ୍ଦିର। ଶହ ଶହ ବର୍ଷ ପ୍ରାଚୀନ ଏହି ମନ୍ଦିର କେବଳ ଗତ ଦୁଇ ଦଶନ୍ଧି ମଧ୍ୟରେ ଉଲ୍ଲେଖନୀୟ ଭାବେ ପ୍ରଗତି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ.ପାଣ୍ଡିଆନ୍ଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭାବରେ ଏହି ପୀଠର ଉନ୍ନତି ପଥକୁ ସୁଗମ କରି ଆସିଛନ୍ତି। ଫଳରେ ସାମାନ୍ୟ ଧାର୍ମିକ ପୀଠରୁ ଅନ୍ତର୍ଜାତୀୟ ପ୍ରସିଦ୍ଧି ସମ୍ପନ୍ନ ପର୍ଯ୍ୟଟନ ପୀଠ ପର୍ଯ୍ୟନ୍ତ ମାର୍ଗରେ ଆଗେଇ ଚାଲିଛି ମା’ ତାରାତାରିଣୀଙ୍କ ମନ୍ଦିର।
ଅଧିକା ପଢ଼ନ୍ତୁ - http://www.newsroomodisha.com/odia-maa_taratarini_temple-31434/