ବିଜୁ ପଟ୍ଟନାୟକ ବିଜ୍ଞାନ ପାରଦର୍ଶିତା ସମ୍ମାନ, ବୈଜ୍ଞାନିକଙ୍କୁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

CM presented Biju Patnaik Award for scientific excellence to Scientists

 Published : ଓଟିଭି

/  

24-Aug-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଫେସର ଦିଗାମ୍ବର ବେହେରାଙ୍କୁ ବିଜୁ ପଟ୍ଟନାୟକ ବିଜ୍ଞାନ ପାରଦର୍ଶିତା ସମ୍ମାନ-୨୦୧୬ ପ୍ରଦାନ କରିଛନ୍ତି। ପ୍ରଫେସର ବେହେରା ହେଉଛନ୍ତି ଚଣ୍ଡିଗଡସ୍ଥିତ ପେଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ପୁଲମୋନାରୀ ବିଭାଗର ମୁଖ୍ୟଭାବେ କାର୍ଯ୍ୟକରୁଛନ୍ତି। ଚିକିତ୍ସା  ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅନବଦ୍ୟ ଅବଦାନ ରହିଛି। ସେହିପରି କମ୍ପୁଟର ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଡ. ପ୍ରଶାନ୍ତ ମହାପାତ୍ରଙ୍କୁ ବିଜୁ ପଟ୍ଟନାୟକ ବିଜ୍ଞାନ ପାରଦର୍ଶିତା ସମ୍ମାନ-୨୦୧୫ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଦାନ କରିଛନ୍ତି। ଡ. ମହାପାତ୍ର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ କମ୍ପୁଟର ବିଜ୍ଞାନ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟକରୁଛନ୍ତି। କମ୍ପୁଟର ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଡ.ମହାପାତ୍ରଙ୍କ ବେଶ୍ ଅବଦାନ ରହିଛି।

Other News