ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ରାହୁଲଙ୍କ ଅଭିଯୋଗ ଥିଲା ସମ୍ପୂର୍ଣ୍ଣ ବକୱାଜ

CM Naveen Patnaik termed Rahul Gandhi’s allegation as ‘Bilkul Bakwas’

 Published : ଓଡ଼ିଶା ସନ୍ ଟାଇମ୍ସ

/  

28-Jan-2019  

 ନିଖିଳ ଭାରତ କଂଗ୍ରେସ କମିଟିର ସଭାପତି ଶ୍ରୀ ରାହୁଳ ଗାନ୍ଧି ”ପ୍ରଧାନ ମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦି ଓ ତାଙ୍କ ଭିତରେ ଗୁପ୍ତ ବୁଝାମଣା ରହିଛି ” ବୋଲି ଯେଉଁ ଅଭିଯୋଗ କରିଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ(ରୁବିଶ୍) ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇ ଓଡ଼ିଶା ଭବନରେ ରାଜ୍ୟର ଯୋଜନା ଗୁଡିକ ସମ୍ପର୍କରେ ସମୀକ୍ଷା କରିବା ପରେ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ସାମ୍ବାଦିକଙ୍କ “ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିମୋଟ କଣ୍ଟ୍ରୋଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ରହିଛି” ବୋଲି କଂଗ୍ରେସ ସଭାପତି ଯେଉଁ ଅଭିଯୋଗ କରିଛନ୍ତି ସେ ସମ୍ପର୍କରେ ପଚରିବାରୁ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ତାହା ସମ୍ପୂର୍ଣ୍ଣ ଅମୁଳକ, କେବଳ “ବକୱାଜ” ବୋଲି ତାଙ୍କ ଚିରାଚରିତ ଢଙ୍ଗରେ କହିଛନ୍ତି।

Other News