ଧାମନଗରରେ ବିଜେଡିର ମିଶ୍ରଣପର୍ବ, ବିଜୁ ଜନତା ଦଳରେ ସାମିଲ ହେଲେ ବହୁ ବିଜେପି କର୍ମୀ

Many BJP Members join BJD at Dhamnagar

 Published : The Sakala

/  

26-Oct-2022  

ଧାମନଗର ଉପନିର୍ବାଚନ ପାଇଁ ମତଦାନକୁ ଆଉ ମାତ୍ର ୮ ଦିନ ବାକି। ଏହିକ୍ରମରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଅବନ୍ତୀଙ୍କ ସପକ୍ଷରେ ଦିନକୁ ଦିନ ସମର୍ଥ ବଢ଼଼ିବାରେ ଲାଗିଛି ଏବଂ ଦଳ ଯୋଜନାବଦ୍ଧ ଭାବରେ ଆଗକୁ ବଢ଼଼ୁଛି। ଧାମନଗରବାସୀ ଆଗାମୀ ନିର୍ବାଚନରେ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସାମଗ୍ରିକ ବିକାଶ ଧାରାରେ ଧାମନଗରକୁ ଯୋଡ଼ିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ପ୍ରକାଶ ପାଇଛି।

ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଧାମନଗର ଏନଏସି ଓ ଦଳାଙ୍ଗ, ପଧାନୀ, ମୁସ୍ତାଫାପୁର ଏବଂ ଭଗବାନପୁର ପଞ୍ଚାୟତର ବିଜେପି ଦଳ ଛାଡି ଧାମନଗର ପୂର୍ବତନ ଆଇଟି ସେଲ ସଂଯୋଜକ ମାନସ ମଣ୍ଟୁ, ଚନ୍ଦନ ଜେନା, ବିରଞ୍ଚି ନାରାୟଣ ଦାସ,  ତାପସ ରଞ୍ଜନ ପ୍ରଧାନ, ବର୍ଷା ରାଣୀ ଜେନା, ସରସ୍ବତୀ ଜେନା ତଥା ବରିଷ୍ଠ ନେତୃତ୍ୱ ଓ ଶତାଧିକ କର୍ମୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।

Other News