Published : ଓଡ଼ିଶା ବାଇଟ୍ସ
/04-Feb-2019
ସିବିଆଇ- କଲକାତା ପୋଲିସ ମୁହାଁ ମୁହିଁ ଘଟଣାରେ ବିଜେଡି କହିଛି କେନ୍ଦ୍ର ସରକାର ସିବିଆଇକୁ ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରୁଛି। ଲୋକ ସଭାରେ ଜିରୋ ଆୱାରରେ ବିଜେଡି ସଂସଦୀୟ ଦଳର ନେତା ଶ୍ରୀ ଭର୍ତୃହରି ମହତାବ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ସିବିଆଇ ନିଜର ଦାୟିତ୍ବ ଭୁଲି ପ୍ରଭାବୀତ ହୋଇ କେତେକ ବ୍ୟକ୍ତିଙ୍କ ବିରେଧରେ କାର୍ଯ୍ୟ କରିବ ଫଳରେ ସିବିଆଇର ମର୍ଯ୍ୟାଦା ହାନି ହୋଇଛି। ଏହିଭଳି କାର୍ଯ୍ୟ ସବୁସ୍ତରରୁ ବନ୍ଦ ହେବା ଆବଶ୍ୟକ ବୋଲି ଶ୍ରୀ ମହତାବ କହିଛନ୍ତି।