ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ପାର୍ଥୀ ଭାବେ ପ୍ରତାପ ଦେବଙ୍କ ନାମାଙ୍କନ ପତ୍ର ଦାଖଲ

Pratap Deb files nomination for Rajya Sabha poll

 Published : ଓଡିଶା ସନ୍ ଟାଇମ୍ସ

/  

15-May-2017  

ରାଜ୍ୟସଭା ଉପ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଭାବେ  ଦଳର ପ୍ରବକ୍ତା ପ୍ରତାପ କେଶରୀ ଦେବ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିର୍ଷ୍ଣୁ ଦାସ ଯୋଜନାବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ଏହି ପଦରୁ ସେ ଇସ୍ତଫା ଦେଇଥିଲେ । ସେହି ଦିନରୁ ଏହି ଆସନଟି ଖାଲି ପଡିଥିଲା।  ଶ୍ରୀ ଦେବ  ଆଜି ବିଧାନସଭା ସଚିବ ତଥା ରିଟର୍ଣ୍ଣି ଅଫିସରଙ୍କ ନିକଟରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।

Other News