ବିଜେଡି ସଭାପତିଙ୍କ ସୂଚନା ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଦଳ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ

BJD yet to take a call on president poll

ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୨୦୧୭ ଜୁଲାଇରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନରେ ପାର୍ଟିର ଭୂମିକା କଣ ହେବ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ‌ଏ ପର୍ଯ୍ୟନ୍ତ ହେଇନାହିଁ। ଦିଲ୍ଲୀଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଏଥର ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ବିଜୁ ଜନତାଦଳର ୨୮ ଜଣ ସାଂସଦ( ୨୦ ସାଂସଦ ଲୋକସଭାରେ ଏବଂ ୮ଜଣ ସାଂସଦ ରାଜ୍ୟସଭା)ରେ ରହିଛନ୍ତି। ଏତଦ୍ ବ୍ୟତୀତ ଜଣେ ସ୍ବାଧୀନ ସଦସ୍ୟ ସମର୍ଥନ ବିଜେଡି ପ୍ରତି ରହିଛି। ସେହିପରି ବିଧାନ ସଭାରେ ୧୪୭ଟି ଆସନ ରୁ ୧୧୭ ଟି ଆସନରେ ବିଜେଡିର ସଦସ୍ୟ ରହିଛନ୍ତି। ଏହା ବ୍ୟତୀତ ୨ଜଣ ସ୍ବାଧୀନ ବିଧାୟକଙ୍କର ବିଜେଡି ପ୍ରତି ସମର୍ଥନ ରହିଛି

Other News