Published : ଦି ଟାଇମ୍ସ ଅଫ ଇଣ୍ଡିଆ
/21-Dec-2016
ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଗୁଡିକରେ ଆଇନ୍ ଅଧିକାରୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଆସିଥିବା ଓଡିଶା ରାଜ୍ୟ ଆଇନ୍ ସେବା କ୍ୟାଡର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବର୍ତ୍ତମାନସୁଦ୍ଧା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ଆଇନ୍ ଅଧିକାରୀ ମାନଙ୍କ ପାଇଁ କୌଣସି ନିଯୁକ୍ତି ନିୟମ ନାହିଁ। ସବୁ ବିଭାଗରେ( କେବଳ ଆଇନ ବିଭାଗ ବ୍ୟତୀତ) ଯୋଗ୍ୟ ସହକାରୀ ସେକ୍ସନ ଅଫିସର ମାନଙ୍କୁ ସହକାରୀ ଆଇନ୍ ଅଧୀକାରି ପଦରେ ନିଯୁକ୍ତି ଦିଆଯାଇଛି। ଆଇନଗତ ପ୍ରସଙ୍ଗରେ କାଗଜପତ୍ର ସେହିମାନେ ହିଁ ଦେଖୁଛନ୍ତି। ଦିନକୁ ଦିନ ଆଇନ୍ ଗତ ସମସ୍ୟା ବୃଦ୍ଧି ପାଇ ଚାଲି ଥିବାରୁ ପ୍ରତ୍ୟେକ ବିଭାଗରେ ଆଇନ୍ ଅଧିକାରୀ ନିଯୁକ୍ତି ଜରୁରୀ ହୋଇପଡିଛି ବୋଲି ଗୃହବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।