ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟର ଖଣିଜ ସମ୍ପଦ ଅଞ୍ଚଳ ଗୁଡିକର ବିକାଶ କରାଯିବ

Govt plans holistic development of mining areas

 Published : ଓଡିଶା ପୋଷ୍ଟ

/  

26-Nov-2016  

ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ପୁଃର୍ନରାବୃତ୍ତିକରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟର ଖଣିଜ ସମ୍ପଦ ଅଞ୍ଚଳ ଗୁଡିକର ସମ୍ପୁର୍ଣ୍ଣ ବିକାଶ କରାଯିବା ଏବଂ ଏଥିସହିତ ନଗଡା ଅଞ୍ଚଳର ବିକାଶ ପ୍ରତି  ସରକାରଙ୍କର ବିଶେଷ ଗୁରୁତ୍ବ ରହିବ। ଯାଜପୁର ଜିଳ୍ଳାର ସୁକିନ୍ଦା ଅର୍ନ୍ତଗତ କଲରଙ୍ଗୀ ଅଞ୍ଚଳରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତୀ କହିଥିଲେ ଯେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡିକ ମଧ୍ୟରେ ରାସ୍ତାଘାଟ ନିର୍ମାଣ, ସ୍ବାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ କରଣ ଆଦି କାର୍ଯ୍ୟ ନଗଡା ଅଞ୍ଚଳରେ କରାଯାଉଛି। ଏଥି ସହିତ ଖଣିଜ ସମ୍ପଦଭରା ସୁକିନ୍ଦା ଅଞ୍ଚଳରେ ଭିତ୍ତିଭୂମୀର ବିକାଶ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହିଭଳି ବିକାଶ ରାଜ୍ୟର ପ୍ରଗତିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Other News