ପଦକ ଜିତିଥିବା ଭାରତୀୟ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କଲେ

Chief Minister felicitates team India medallists

 ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୨୨ତମ ଏସୀୟ ଦୌଡକୁଦ ପ୍ରତିଯୋଗିତାରେ ପଦକ ଜିତିଥିବା ସମସ୍ତ ଭାରତୀୟ ଖେଳାଳି ମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି। ନିକଟରେ ଶେଷ ହୋଇଥିବା ଏସୀୟ ଦୌଡକୁଦ ପ୍ରତିଯୋଗିତାରେ ଦେଶ ସବୁଠାରୁ ଅଧିକ ପଦକ ଜିତିଛି। ପ୍ରତ୍ୟେକ ସ୍ବର୍ଣ୍ଣପଦକ ପାଇଥିବା ଖେଳାଳି ମାନଙ୍କୁ ୧୦ ଲକ୍ଷ ଟଙ୍କା, ରୌପ୍ୟ ପଦକ ପାଇଁ ୭ ଲକ୍ଷ ୫୦ ହଜାର ଟଙ୍କା, କାଂସ ପଦକ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୨ ଜଣ ସ୍ବର୍ଣ୍ଣ, ୫ ଜଣ ରୌପ୍ୟ ଓ ୧୨ ଜଣ କାଂସ ପଦକ ଜିତିଥିବା ମୋଟ ୨୯ ଜଣ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି।

Other News