ଓଡିଶାରେ ରେଳବାଇର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦାବୀ କଲେ ୫୮୭୦ କୋଟି ଟଙ୍କା

C M demands Rs 5,870 crore package in rail budget

ଓଡିଶାରେ ରେଳବାଇ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୨୦୧୭-୧୮ ବଜେଟରେ ଦାବୀ କଲେ ୫୮୭୦ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ରେଳବାଇମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଙ୍କୁ ପତ୍ର ଲେଖି କହିଛନ୍ତି ଯେ ରେଳବାଇ ଓଡିଶାରୁ ବାର୍ଷିକ ୧୫୦୦୦ କୋଟି ଟଙ୍କାର ରାଜସ୍ବ ପାଉଥିବା ବେଳା ଓଡିଶାରେ  ରେଳ ଲାଇନ୍ ଜାତୀୟ ହାର ଠାରୁ କମ୍ ରହିଛି। ଏପରିକି ପଡୋଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଠାରୁ କମ୍ ରହିଛି। ମୁଖ୍ୟମନ୍ତ୍ରୀ ପୁର୍ନରାବୃତ୍ତି କରି କହିଛନ୍ତି ଯେ ଓଡିଶାକୁ ଏହି ପ୍ୟାକେଜ ମିଳିଲେ ରାଜ୍ୟ ଓ ଭାରତୀୟ ରେଳବାଇ ଉଭୟ, ସାମାଜିକ ନ୍ୟାୟ ଓ ଅର୍ଥନୈତିକ ବିକାଶର ଲକ୍ଷ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ।

Other News